କିଛି ଦୁଃଖ ସରିଗଲା...କିଛି ରହିଗଲା ବାକି

ନିଜ ପାଖେ ହାରି ମୁଁ ଜିତିଲି କେତେ...ଲୁହ ମୋ ରହିଲା ସାକ୍ଷୀ..

 

ଏକା ଏକା କିଏ ହଜିଗଲା ଭିଡରେ

ଲୁଚି ଲୁଚି କିଏ ଭାଙ୍ଗୁଥିଲା ଝଡରେ

ଜୀଇଁଥିଲା କିଏ ସବୁ ସରିଗଲା ପରେ

ହସି ହସି ପୁଣି କିଏ କାନ୍ଦୁଥିଲା ମିଛରେ...

 

 

କିଛି ଗପ ଲେଖାହୁଏ, କିଛି ରହିଯାଏ ଅଧାରେ

କିଛି ଲୁହ ଲୁଚିଯାଏ, କିଛି ଦିଶିଯାଏ ଅନ୍ଧାରରେ...

 

ଜୀବନରେ କେବେକେବେ ଆସେ ଏମିତି ମୋଡ଼

ସପନର ଖରାବେଳେ ନିଦରେ ଉଠେ ଝଡ

ଜୀଇଁଲି କେତେ ଯେ ମୁଁ ନିଜେ ନିଜ ଲାଗି

ହାରିବାକୁ ଖୁସି ଲାଗେ, ଜିତିବାକୁ ଲାଗେ ଡର....